Wed. Jun 10th, 2026

Odisha Digest

Leading e-news Portal

ଘରେ କର୍ପୂରରେ ଆଳତି କଲେ ମିଳେ ଅନେକ ଫାଇଦା

1 min read

ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଜଳାଇ ଆଳତି କରିଥାଉ। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ଘରେ ସକରାତ୍ମକ ପ୍ରଭାବ ପକାଇଥାଏ।

ତେବେ ଆସନ୍ତୁ ଜାଣିବା, ଘରେ କର୍ପୂର ଜଳାଇ ଆଳତି କରିବା ଦ୍ୱାରା କେଉଁ ସବୁ ଉପକାର ମିଳିଥାଏ।

  • କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ବଜାୟ ରହିଥାଏ।
  • ଏହା ଘରକୁ ନକାରାତ୍ମକ ଶକ୍ତିରୁ ଦୂରରେ ରଖିବା ସହ ଆପଣଙ୍କ ଆଳସ୍ୟପଣ ଦୂର କରିଥାଏ।
  •  ସବୁଦିନେ ସକାଳେ ଏବଂ ସନ୍ଧ୍ୟାରେ କର୍ପୂରରେ ଆଳତି କରିବା ଦ୍ୱାରା ଘରର ସମସ୍ତ ସଦସ୍ୟଙ୍କ ମନ ନିର୍ମଳ ରହିଥାଏ।
  •  କର୍ପୂରରୁ ବାହାରୁଥିବା ବାସ୍ନା ମନକୁ ଶାନ୍ତ ରଖେ।
  •  କର୍ପୂରରେ ଆଳତି କରିବା ଦ୍ୱାରା ବ୍ୟକ୍ତି ଖରାପ ବାଟରେ ନ ଯାଇ ଧାର୍ମିକ ପଥରେ ଚାଲିବାକୁ ପ୍ରୋତ୍ସାହନ ପାଇଥାଏ।
  • ଯଦି ଆପଣ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି ତା’ହେଲେ କେଇ ବୁନ୍ଦା କର୍ପୂର ତେଲ ପାଣିରେ ପକାଇ ସ୍ନାନ କରନ୍ତୁ। ଏହା ଆପଣଙ୍କ ଶରୀରର ରୋଗ ଭଲ କରିବାରେ ସହାୟକ ହୋଇଥାଏ।
  • କର୍ପୂରରେ ଆଳତି କରିବା ଦ୍ୱାରା ପିତୃଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।
  • ପୂଜା ସରିବା ପରେ କର୍ପୂରରେ ଆଳତି କରିବା ଦ୍ୱାରା କାର୍ଯ୍ୟରେ ସନ୍ତୁଷ୍ଟି ଆସିଥାଏ। ଏହା ଆମ ମନକୁ ଶାନ୍ତ କରିଥାଏ। ଏବଂ ପୂଜା ସଫଳ ହୋଇଛି ବୋଲି ଆମେ ଅନୁଭବ କରିଥାଉ।
  •  କର୍ପୂର ଆଳତି କରି ଘରର ସବୁସ୍ଥାନରେ ବୁଲାଇବା ପାଇଁ ମଧ୍ୟ କୁହାଯାଇଥାଏ। ଏହା ଦ୍ୱାରା ଘରକୁ ଦାରିଦ୍ର୍ୟ ଗ୍ରାସ କରି ନଥାଏ।
  • ସକାଳେ ଏବଂ ସନ୍ଧ୍ୟାରେ କର୍ପୂରରେ ଅଳତି କରିବା ଦ୍ୱାରା ଘରର ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।
Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.