Sun. May 24th, 2026

Odisha Digest

Leading e-news Portal

ଦୁଷ୍କର୍ମ ଅଭି‌ଯୋଗରେ ଫସିଲେ ‘ସାହସୀ ବାଳକ’

1 min read

କେନ୍ଦୁଝର : ଏକଦା ବୈତରଣୀ ନଦୀରେ ବୁଡ଼ି ଯାଉଥିବା ମହିଳାଙ୍କ ଜୀବନ ରକ୍ଷା କରି ରାଷ୍ଟ୍ରୀୟ ସାହସିକତା ପୁରସ୍କାର ପାଇଥିବା ସାହସୀ ବାଳକ ଏବେ ଦୁଷ୍କର୍ମ ଅଭି‌ଯୋଗରେ ଫସିଛନ୍ତି। ନିଜ ଗ୍ରାମରେ ଏଭଳି କାର୍ଯ୍ୟ କରିବା ପରେ ଚମ୍ପୁଆ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସା‌ରେ, ଚମ୍ପୁଆ ଥାନା ଅଧୀନ କାଟୁଳିକନା ଗ୍ରାମର ଏହି ବାଳକ ଗତକାଲି ସନ୍ଧ୍ୟାରେ ଜଣେ ନାବାଳିକାକୁ ଚାଓମିନ୍‌ ଖୁଆଇବା ବାହାନାରେ ଏଭଳି କାର୍ଯ୍ୟ କରିଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଆଜି ଥାନାରେ ଅଭି‌ଯୋଗ ହୋଇଥିଲା। ଏହି ଅଭିଯୋଗ ହେବା ପରେ ଆଜି ପୁଲିସ ସଂପୃକ୍ତ ନାବାଳକଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି। ଏବେ ତଦନ୍ତ ଚାଲିଥିବାରୁ ଏ ସଂପର୍କ‌ରେ କିଛି କହିହେବ ନାହିଁ ବୋଲି କହିଛନ୍ତି ଚମ୍ପୁଆ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ। ଉଲ୍ଲେଖ‌େଯୋଗ୍ୟ ଯେ ସଂପୃକ୍ତ ନାବାଳକ ୨୦୧୭ ମସିହା ପାଇଁ ରାଷ୍ଟ୍ରୀୟ ସାହସିକତା ପୁରସ୍କାର ପାଇଥିଲେ। ବୈତରଣୀ ନଦୀରେ ବୁଡ଼ି ଯାଉଥିବା ବେଳେ ତିନିଜଣ ମହିଳାଙ୍କୁ ସେ ଉଦ୍ଧାର କରି ଚର୍ଚ୍ଚିତ ହୋଇଥିଲେ। ତାଙ୍କୁ ରାଜ୍ୟ ଓ ଜାତୀୟସ୍ତରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷ ସେ ଦଶମ ପରୀକ୍ଷା ଦେଇଥିବା ବେଳେ ଫେଲ୍‌ ହୋଇଥିଲେ। ପୁଣି ସପ୍ଲିମେଣ୍ଟାରି ପରୀକ୍ଷା ଦେଇଛନ୍ତି।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.