Sun. May 24th, 2026

Odisha Digest

Leading e-news Portal

ଶାଢ଼ି ପିନ୍ଧା ଫଟୋ ପୋଷ୍ଟ୍‍ କରି ଏମିତି କ୍ୟାପ୍‌ସନ ଲେଖିଲେ ମାନେକା ଗାନ୍ଧୀ, ଟ୍ରୋଲ୍‌ ହେବା ପରେ କରି ଦେଲେ ଡିିଲିଟ୍‌

1 min read

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ମାନେକା ଗାନ୍ଧୀ ଟ୍ଵିଟ୍‌ରରେ ଏକ ଶାଢ଼ି ପିନ୍ଧା ଫଟୋ ଛାଡ଼ି ଯେଉଁ କ୍ୟାପ୍‌ସନ୍‌ ଲେଖିଥିଲେ ତାହା ତାଙ୍କୁ ମହଙ୍ଗା ପଡ଼ିଛି। ଅବଶ୍ୟ ଏବେ ତାହାକୁ ସେ ଡିଲିଟ୍‌ କରି ସାରିଲେଣି। ମାନେକା ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଏକ ଫଟୋ ଦେଇ ଲେଖିଥିଲେ, ‘ଯେଉଁ ସୂତା ଶାଢ଼ିଟି ମୁଁ ପିନ୍ଧିଛି ତାହା ୭୦ ବର୍ଷ ତଳେ ଜେଲ୍‌ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ହାତରେ ବୁଣା ଯାଇଥିଲା। ଏହାକୁ ମୁଁ ମୋ ପୁଅ ବାହାଘରରେ ପିନ୍ଧିଥିଲି। ମୋ ଶାଶୂ ମୋ ବାହାଘରେ ଯେଉଁ ଶାଢ଼ି ଦେଇଥିଲେ ମୋ ବୋହୂ ଯାମିନୀ ତାହାକୁ ପିନ୍ଧିଛନ୍ତି।’

ମାନେକାଙ୍କର ଏହି ପୋଷ୍ଟ୍‍ ଦେଖିବା ପରେ ବହୁ ଟ୍ଵିଟର୍‌ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ୍‌ କରିବାରେ ଲାଗିଥିଲେ। ମାନେକା ଟ୍ରୋଲ୍‌ ହେବା ପରେ ତାଙ୍କ ଟ୍ଵିଟର୍‌ରୁ ଫଟୋଟିକୁ ହଟାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସେ ଫଟୋରେ ଏକ ଗୋଲାପୀରେ ଧଳା ଛିଟ ପଡ଼ିଥିବା ଶାଢ଼ି ପିନ୍ଧିଥିବାର ନଜର ଆସିଛନ୍ତି। ଯାହାକି ୭୦ ବର୍ଷ ତଳର ପୁରୁଣା ଶାଢ଼ି ବୋଲି ଟ୍ଵିଟର୍‌ ବ୍ୟବହାରକାରୀମାନେ ଅବିଶ୍ୱାସ କରିଛନ୍ତି।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.