Sun. May 24th, 2026

Odisha Digest

Leading e-news Portal

ଭାରତୀୟ ମହିଳା ହକି ଦଳରେ ଦୁଇ ଓଡ଼ିଆ

1 min read

ନୂଆଦିଲ୍ଲୀ: ଜାପାନର ଟୋକିଓରେ ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ଶୁକ୍ରବାର ଭାରତୀୟ ମହିଳା ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ରାନୀ ଏବଂ ଭାଇସ୍-କ୍ୟାପଟେନ୍ ଭାବେ ସବିତାଙ୍କୁ ଟିମରେ ରଖାଯାଇଛି। ଏହି ଇଭେଣ୍ଟ ପାଇଁ ଓଡ଼ିଶାର ଦୁଇଜଣ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା ଓ ଲିଲିମା ମିଞ୍ଜ୍।

ଏଫଆଇଏଚ୍ ରାଙ୍କିଙ୍ଗରେ ଦଶମ ସ୍ଥାନରେ ଥିବା ଭାରତୀୟ ମହିଳା ଟିମ୍ ଟେଷ୍ଟ ଇଭେଣ୍ଟରେ ବିଶ୍ୱର ଦୁଇ ନମ୍ବର ଟିମ୍ ଅଷ୍ଟ୍ରେଲିଆ, ଚୀନ ଓ ଆୟୋଜକ ଜାପାନକୁ ଭେଟିବ। ଟିମରେ ଦୁଇଜଣ ଗୋଲକିପର୍ ଯଥା ସବିତା ଓ ରଜନୀ ଏଟିମାର୍ପୁଙ୍କୁ ସାମିଲ୍ କରାଯାଇଛି। ଡିଫେଣ୍ଡର୍ ଭାବେ ଦୀପ୍ ଗ୍ରେସ୍ ଏକ୍କା, ରୀନା ଖୋଖାର, ଗୁରଜିତ୍ କୌର୍, ସାଲିମା ଟେଟେ ଓ ନିଶା ୧୮ଜଣିଆର ଟିମରେ ସ୍ଥାନ ପାଇଛନ୍ତି। ମିଡଫିଲ୍ଡର୍ ଭୂମିକା ତୁଲାଇବେ ସୁଶୀଲା ଚାନୁ, ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ ଏବଂ ନେହା ଗୋୟଲ। କ୍ୟାପଟେନ୍ ରାନୀଙ୍କ ସମେତ ବନ୍ଦନା କାଟାରିୟା, ଲାଲରେମସିଆମି, ନଭଜୋତ୍ କୌର୍ ଏବଂ ଶର୍ମିଲା ଦେବୀ ଫରୱାର୍ଡ୍ ବିଭାଗ ସମ୍ଭାଳିବେ।

ଟିମ୍ ଚୟନ ପରେ କୋଚ୍ ମାରିନ୍ କହିଥିଲେ, ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟରେ ଆମେ ବିଶ୍ୱର ତିନି ଶୀର୍ଷ ଦଳକୁ ଭେଟିବୁ। ଯଦି ଆମେ ସେହି ତିନି ଟିମ୍ ବିରୋଧରେ ଭଲ ପ୍ରଦର୍ଶନ କଲୁ, ତାହେଲେ ଏହା ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ସହାୟକ ହେବ ବୋଲି ମାରିନ୍ କହିଛନ୍ତି।

ଭାରତୀୟ ମହିଳା ହକି ଦଳ: ସବିତା (ଗୋଲକିପର, ଭାଇସ-କ୍ୟାପଟେନ୍), ରଜନୀ ଏଟିମାର୍ପୁ, ଦୀପ୍ ଗ୍ରେସ୍ ଏକ୍କା, ରୀନା ଖୋଖାର, ଗୁରଜିତ୍ କୌର୍, ସୁଶୀଲା ଚାନୁ, ସାଲିମା ଟେଟେ, ନିଶା, ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ, ନେହା ଗୋୟଲ, ରାନୀ (କ୍ୟାପଟେନ), ନଭନୀତ୍ କୌର୍, ବନ୍ଦନା କାଟାରିୟା, ଲାଲରେମସିଆମି, ନଭଜୋତ୍ କୌର୍, ଶର୍ମିଲା ଦେବୀ।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.