Sun. May 24th, 2026

Odisha Digest

Leading e-news Portal

ବିବାଦୀୟ ଟିକ୍‌ ଟକ୍‌ ଭିଡିଓ ମାମଲା : ଏଜାଜ୍‌ଙ୍କୁ ମିଳିଲା ଜାମିନ୍‌

1 min read

ମୁମ୍ବାଇ : ବିଗ୍‌ ବସ୍‌ର ପୂର୍ବ ପ୍ରତିଯୋଗୀ ତଥା ଅଭିନେତା ଏଜାଜ୍‌ ଖାନ୍‌ଙ୍କୁ ଜୁଲାଇ ୧୮ରେ ମୁମ୍ବାଇ ପୁଲିସ ଗିରଫ କରିଥିଲା । ମ୍ୟୁଜିକାଲ ଆପ୍‌ ଟିକ୍‌ ଟକ୍‌ ଜରିଆରେ ବିବାଦୀୟ ଭିଡିଓ କରି ପ୍ରସାରିତ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାକୁ ନେଇ ପ୍ରଥମେ ପଚରାଉଚରା କରିବା ପାଇଁ ତାଙ୍କୁ ଡ଼କାଇଥିଲା ପୁଲିସ । ପଚରାଉଚରା ପରେ ଦୋଷୀ ସାବ୍ୟସ୍ତ ହେବାରୁ ମୁମ୍ବାଇର ସାଇବର କ୍ରାଇମ ପୁଲିସ ତାଙ୍କୁ ଧାରା ୧୫୩ଏ ଏବଂ ଧାରା ୬୭ ଅନୁଯାୟୀ ଗିରଫ କରିଥିଲା । କିନ୍ତୁ ଏବେ ତାଙ୍କୁ ୧ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ଜାମିନ ମିଳିଥିବା ଜଣା ପଡ଼ିଛି।

ସୂଚନା ମୁତାବକ, ଏଜାଜ୍‌ ଝାରଖଣ୍ଡରେ ଭିଡ଼ ହିଂସାରେ ମୃତ୍ୟୁବରଣ କରିଥିବା ତବ୍‌ରେଜ ଅନ୍‌ସାରୀଙ୍କ ମୃତ୍ୟୁକୁ ନେଇ ଅନ୍ୟ ଟିକ୍‌ ଟକ୍‌ ଷ୍ଟାରଙ୍କ ସହ ମିଶି ଭିଡିଓ ତିଆରି କରିଥିଲେ । ଭିଡିଓରେ, ଜଣେ ମୁସ୍‌ଲିମ୍‌କୁ ବିନା କାରଣରେ ହତ୍ୟା କରାଯାଇଛି । ଏବେ କେହି ଆତଙ୍କବାଦୀ ହେଲେ କିଛି କହିବନି ବୋଲି ଏଜାଜ୍‌ କହୁଥିବା ଦେଖା ଯାଇଥିଲା । ଏହି ଭିଡିଓଟି ଜୁନ୍‌ ୨୮ରେ ସୋସିଆଲ ମିଡିଆରେ ସେୟାର କରାଯିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.