Sun. May 24th, 2026

Odisha Digest

Leading e-news Portal

ବିଦ୍ୟାଳୟରେ ବି‌ସ୍ଫୋରଣ ଘଟଣାରେ ୨ ଗିରଫ, ୧୦୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ

1 min read

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମାଗୁରାସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭୟାବହ ବିସ୍ଫୋରଣ ଘଟି ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହିତ, ୧୦୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ କରିଛି।

ଗତ ୨୦ ତାରିଖରେ ଏହି ଘଟଣା ଘଟିଥିଲା। ଏହି ବିସ୍ଫୋରଣରେ ୨ ଛାତ୍ର ଚନ୍ଦନ ସ୍ବାଇଁ ଏବଂ ରାଜା ନାୟକ ଆହତ ହୋଇଥିଲେ। ଆଜି ଆସିକା ପୁଲିସ ଭେଙ୍କଟରାୟପଲ୍ଲୀ ପାହାଡ଼ରେ ପଥର ଫୁଟାଉଥିବା ଏସ.ପ୍ରକାଶ ରେଡ୍ଡୀ ଓ ଟୁଟୁ ଓରଫ୍ ଦ୍ବିତୀକୃଷ୍ଣ ପଣ୍ଡାଙ୍କୁ ଗିରଫ କରିଛି। ଉଭୟଙ୍କୁ ବାରୁଦ ଓ ‌ଡିଟୋନେଟର୍ ଯୋଗାଉଥବା କବିସୂର୍ଯ୍ୟନଗର ଥାନା ଜକର ଗ୍ରାମର ଚିତ୍ରସେନା ଜେନା ଫେରାର୍ ହୋଇଯାଇଛନ୍ତି। ତାଙ୍କ ଘରୁ ଆଜି ୩୫୦ କେଜି ଆମୋନିୟମ ‌ନା‌ଇଟ୍ରେଟ୍ ଜବତ ହୋଇଥିବାବେଳେ ପାହାଡ଼ରୁ ୨୫୦ଟି ଜିଲୋଟିନ୍ ଓ ୩୫୦ ଡିଟୋନେଟର୍ ମିଳିଛି। ଏନେଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ପୀତବାସ ଧାରୁଆ ସାମ୍ବାଦିକ ସମ୍ମିଳନୀ‌ରେ ସୂଚନା ଦେଇଛନ୍ତି।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.