Sun. May 24th, 2026

Odisha Digest

Leading e-news Portal

ପାକିସ୍ତାନ କ୍ରିକେଟ୍‌କୁ ସୁଧାରିବି: ଇମ୍ରାନ

1 min read

ନ୍ୟୁୟର୍କ: ପାକିସ୍ତାନ କ୍ରିକେଟ୍‌କୁ ପୁଣି ଥରେ ବିଶ୍ବସ୍ତରୀୟ କରିବାକୁ ସେହି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପ୍ରତିଜ୍ଞା କରିଛନ୍ତି। ଇମ୍ରାନ ସଂପ୍ରତି ଆମେରିକା ଗସ୍ତରେ ଥିଲା ବେଳେ ସେଠାରେ ରହୁଥିବା ପ୍ରବାସୀ ପାକିସ୍ତାନୀକୁ ସମ୍ବୋଧନ କରି ପାକିସ୍ତାନ କ୍ରିକେଟ୍‌ରେ ଥିବା ଦୋଷ ଦୁର୍ବଳତାକୁ ଦୂର କରିବା ଲାଗି ଆଗାମୀ ସମୟରେ ଆପ୍ରାଣ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ପରବର୍ତୀ ବିଶ୍ବକପ୍‌ରେ ଆପଣ ଏକ ଭିନ୍ନ ପାକିସ୍ତାନ ଦଳ ଦେଖିବେ। ମୋ କଥାକୁ ଲେଖି ରଖନ୍ତୁ, ସେହି ଦଳ ପେସାଦାର କ୍ରିକେଟ୍ ଖେଳିବ। ଆମେ ଏଥିଲାଗି ଆମ ଘରୋଇ କ୍ରିକେଟ୍‌କୁ ସଜାଡ଼ିବୁ। ଏମିତି ଖସଡ଼ା ପ୍ରସ୍ତୁତ ହେବ, ଯାହା ଦ୍ବାର ଶ୍ରେଷ୍ଠ ପ୍ରତିଭାମାନେ ପଦାକୁ ଆସିପା‌ରିବେ। ସୂଚନାଯୋଗ୍ୟ ‌ଯେ ପାକିସ୍ତାନ ପ୍ରଥମ ଓ ଶେଷ ଥର ପାଇଁ ୧୯୯୨ରେ ଇମ୍ରାନଙ୍କ ନେତୃତ୍ବରେ ବିଶ୍ବକପ୍ ଜିତିଥିଲା। ସେବେଠାରୁ ଏକଦିବସୀୟ ବିଶ୍ବକପ୍‌ରେ ପାକିସ୍ତାନ ଅସ୍ଥିର ପ୍ରଦର୍ଶନ ଦେଇ ଆସିଛି। ଇଂଲଣ୍ଡରେ ଗତମାସରେ ଆୟୋଜିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ଦ୍ବାଦଶ ସଂସ୍କରଣରେ ସର୍ଫରାଜ ଅହମ୍ମଦଙ୍କ ନେତୃତ୍ବରେ ପାକିସ୍ତାନ ଅସ୍ଥିର ପ୍ରଦର୍ଶନ କରିଥିଲା। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ନ୍ୟୁଜିଲାଣ୍ଡ ସହ ସମାନ ୧୧ ପଏଣ୍ଟ ପାଇଥିଲେ ମଧ୍ୟ ନେଟ୍ ରନ୍ ରେଟ୍‌ରେ ପଛୁଆ ରହି ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଯାହାକୁ ଇମ୍ରାନଙ୍କ ସହ ପାକିସ୍ତାନ କ୍ରିକେଟର ବହୁ କିମ୍ବଦନ୍ତୀ ତାରକା ତୀବ୍ର ସମା‌ଲୋଚନା କରିଥିଲେ।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.