Sun. May 24th, 2026

Odisha Digest

Leading e-news Portal

ନିଜ ଗାଆଁର ସବୁ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

1 min read

ହାଇଦ୍ରାବାଦ: ତେଲେଙ୍ଗନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର୍‌)ନିଜର ପୈତୃକ ଗ୍ରାମ ଚିନ୍ତାମଡାକାର ସମସ୍ତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାର ଘୋଷଣା କରିଛନ୍ତି। ସେ ଗତକାଲି ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଏହାଦ୍ୱାରା ଗାଆଁର ୨ ହଜାର ପରିବାର ଲାଭାନ୍ଵିତ ହେବେ। କେସିଆର୍‌ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅର୍ଥରେ ତାଙ୍କ ଗାଆଁର ଲୋକେ କିଛି ବି ସାମଗ୍ରୀ କିଣିପାରିବେ । ତେଣେ ଦୁଇ ହଜାର ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର ଅର୍ଥ ରାଶି ଦିଆଯିବା ଫଳରେ ସରକାରୀ ରାଜସ୍ୱ ଉପରେ ଦୁଇ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି ଜଣାଯାଇଛି।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.